Author: TRUPTIMAYEE SAHOO

ମେକ୍ସିକୋର ଗୁଆନାଜୁଆତେ ରାଜ୍ୟ ସ୍ଥିତ ସଲମାଙ୍କା ସହରରେ ଘଟିଥିବା ଏକ ଭୟାବହ ଗୁଳିମାଡ଼ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏକ ଫୁଟବଲ ମ୍ୟାଚ୍ ସମାପ୍ତ ହେବା ସହ ହଠାତ୍ ବନ୍ଧୁକଧାରୀଙ୍କ ଦ୍ୱାରା ଆଖିବୁଜା ଗୁଳିମାଡ଼ ଆରମ୍ଭ ହୋଇଥିଲା । ଏହି ନିର୍ମମ ଘଟଣାରେ ଅତିକମରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ କହିଛନ୍ତି ଯେ, ଫୁଟବଲ ମ୍ୟାଚ୍ ସରିବା ପରେ ଦର୍ଶକ ଏବଂ ଖେଳାଳିମାନେ ସ୍ଥାନ ଛାଡ଼ୁଥିବା ସମୟରେ କିଛି ଅଜଣା ବନ୍ଧୁକଧାରୀ ହଠାତ୍ ଗୁଳିଚାଳନା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହାରିଛନ୍ତି। ଏହି ଗୁଳିମାଡ଼ ଘଟଣା ପରେ ସଲମାଙ୍କା ସହରରେ ଭୟ ଓ ଶୋକର ମାହୋଲ ସୃଷ୍ଟି ହୋଇଛି। ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ…

Read More