Author: TRUPTIMAYEE SAHOO

ଭାରତ ସରକାର ଆସନ୍ତା ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ତାଲିକାକୁ ଘୋଷଣା କରିଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନମାନଙ୍କ ମଧ୍ୟରୁ ଗୋଟିଏ ହୋଇଥିବା ପଦ୍ମ ପୁରସ୍କାର ପାଇଁ ଏହିବର୍ଷ ସମୁଦାୟ ୧୩୧ ଜଣ ବ୍ୟକ୍ତିତ୍ୱ ଚୟନିତ ହୋଇଛନ୍ତି। ଏଥିରେ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ଏହି ତାଲିକାରେ ସବୁଠାରୁ ଅଧିକ ଚର୍ଚ୍ଚିତ ନାମ ହେଉଛି ବଲିଉଡର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର। ତାଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯିବାକୁ ସରକାର ଘୋଷଣା କରିଛନ୍ତି । ଭାରତୀୟ ସିନେମାକୁ ତାଙ୍କ ଅମୂଲ୍ୟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି। ପଦ୍ମ ବିଭୂଷଣ ପାଇବାକୁ ଯାଉଥିବା ଅନ୍ୟାନ୍ୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନ, ପ୍ରସିଦ୍ଧ କ୍ଲାସିକାଲ ଭାୟୋଲିନିଷ୍ଟ ଏନ୍. ରାଜମ, ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି କେ.ଟି. ଥୋମାନ ଏବଂ…

Read More