Author: TRUPTIMAYEE SAHOO

ପର୍ଯ୍ୟଟନ ନଗରୀ ପୁରୀରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ଉ କରାଯାଇଛି । ବିଶେଷକରି ବେଳାଭୂମି ଅଞ୍ଚଳରେ ଚାଲୁଥିବା ସମସ୍ତ ଟୁର ଓ ଟ୍ରାଭେଲ କାର୍ଯ୍ୟାଳୟ ଉପରେ ବିଚ୍ ପୋଲିସ ଦ୍ୱାରା ଆକସ୍ମିକ ଚଢ଼ଉ କରାଯାଇଛି । ପର୍ଯ୍ୟଟକଙ୍କୁ ଠକେଇ ଅବୈଧ ବ୍ୟବସାୟ ଏବଂ ସରକାରୀ ନିୟମ ଉଲ୍ଲଂଘନ ଅଭିଯୋଗ ବଢ଼ିବା ପରେ ପୋଲିସ ଏହି କଡ଼ା ପଦକ୍ଷେପ ନେଇଛି । ପୋଲିସ ତଦନ୍ତର ମୂଖ୍ୟ ଉଦ୍ଦେଶ୍ୟ ହେଉଛି—ପୁରୀ ବେଳାଭୂମି ନିକଟରେ ଟୁର ଓ ଟ୍ରାଭେଲ ବ୍ୟବସାୟ କରୁଥିବା ସଂସ୍ଥାମାନେ ପୁରୀ ପୌରସଂସ୍ଥାରେ ନିୟମିତ ଭାବେ ଟ୍ରେଡ୍ ଲାଇସେନ୍ସ ନେଇଛନ୍ତି କି ନାହିଁ । ଏହା ସହିତ ସେମାନେ ଜିଏସଟି ରେଜିଷ୍ଟ୍ରେସନ କରି ନିୟମିତ ଭାବେ କର ଡିପୋଜିଟ କରୁଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜୋରଦାର କରାଯାଇଛି । ବିଚ୍ ପୋଲିସ ତରଫରୁ ସାତପଡ଼ା, କୋଣାର୍କ, ଚିଲିକା ସାଇଡ୍ ସିନ୍ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀକୁ ନେଇ…

Read More