Author: TRUPTIMAYEE SAHOO

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ସମ୍ବନ୍ଧରେ ସମ୍ପୂର୍ଣ୍ଣ ରାଜ୍ୟ ଓ ସାରା ଭାରତ ଶୋକରେ । ବାରାମତି ସହରରେ ଘଟିଥିବା ଏହି ଦୁର୍ଘଟଣା ରାଜ୍ୟ ଓ ରାଷ୍ଟ୍ରୀୟ ଦଳରେ ହତବିପଦ ସୃଷ୍ଟି କରିଛି । ମହାରାଷ୍ଟ୍ର ସରକାର ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅଜିତଙ୍କ ନିଧନ ସମ୍ବନ୍ଧରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ଦମଦାର ଏବଂ ଦିଲଦାର ସାଙ୍ଗ ଚାଲିଗଲା। ତାଙ୍କର ଯିବା ମୋ ପାଇଁ ବ୍ୟକ୍ତିଗତ କ୍ଷତି। ଏହା ମହାରାଷ୍ଟ୍ର ପାଇଁ ଏକ ମୁସ୍କିଲର ସମୟ। ତାଙ୍କ ପରିବାର ପାଇଁ ଏହା ବଡ଼ ଝଟକା। ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ର ରାଜନୀତି ଏବଂ ସମ୍ବାଦମାଧ୍ୟମରେ ଗଭୀର ଶୋକ ପ୍ରକାଶ ପାଇଛି। ଏକନାଥ ସିନ୍ଦେ ମଧ୍ୟ  ଶୋକ ଜଣାଇଛନ୍ତି। ସେ କହିଛନ୍ତି, “ଆଜିର ଦିନ ମହାରାଷ୍ଟ୍ର ପାଇଁ କଳା ଦିନ ।…

Read More