Author: TRUPTIMAYEE SAHOO

ଗହଣା କିଣିବାକୁ ଯଦି ଆପଣ ଆଜି ଯୋଜନା କରୁଛନ୍ତି, ତେବେ କିଣିବା ପୂର୍ବରୁ ଆଜିର ସୁନା ଓ ରୁପା ଦର ଜାଣିନେବା ଅତ୍ୟନ୍ତ ଆବଶ୍ୟକ । ଦେଶର ବିଭିନ୍ନ ସହରରେ ସୁନା ଓ ରୁପା ଦାମ ଲଗାତାର ବଢ଼ୁଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି । ଗତ କିଛି ଦିନ ଧରି ଚାଲିଥିବା ଏହି ଉର୍ଦ୍ଧ୍ୱଗତି ଆଜି ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।  ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୭୫ ହଜାର ଟଙ୍କାକୁ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୬୩ ହଜାର ଟଙ୍କା ରହିଛି । ବଜାର ନିରୀକ୍ଷକଙ୍କ କହିବା ଅନୁସାରେ, ସୁନା ଦର ଏବେ ଭରି ପିଛା ଦୁଇ ଲକ୍ଷ ଟଙ୍କା ଛୁଇଁବା ଦିଗରେ ଅଗ୍ରସର ହେଉଛି, ଯାହା ଗହଣା ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କୁ ଚିନ୍ତାରେ ପକାଇଛି…

Read More