Author: TRUPTIMAYEE SAHOO

ଓଡ଼ିଶାର ପବିତ୍ର ଶକ୍ତିପୀଠ ଯାଜପୁର ବିରଜା ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ଯାଜପୁର ସହର ପାଇଁ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ସାମ୍ୱିଧାନିକ ପଦଧାରୀ ଯାଜପୁର ଗସ୍ତରେ ଆସିଥିବାରୁ ସହର ସମ୍ପୂର୍ଣ୍ଣ ଭାବେ ଉତ୍ସବମୁଖର ହୋଇଉଠିଛି । ଫୁଲ, ଆଲୋକମାଳା ଓ ବର୍ଣ୍ଣିଳ ସଜାରେ ଯାଜପୁର ସହର ଝଲସିଉଠିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ମାଆ ବିରଜାଙ୍କ ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ ଓ ବିଧିବଦ୍ଧ ପୂଜାର୍ଚ୍ଚନା କରିଥିଲେ । ପୂଜା ସମୟରେ ଶାସ୍ତ୍ରୋକ୍ତ ରୀତିନୀତି ଅନୁସାରେ ୧୬ଜଣ ବ୍ରାହ୍ମଣ ମନ୍ତ୍ରୋଚ୍ଚାରଣ କରିଥିଲେ । ଏହାସହ ୩୨ଜଣ ସେବାୟତ ମନ୍ଦିର ପରିସରରେ ସୁଚାରୁ ଭାବେ ପୂଜାକାର୍ଯ୍ୟ ସଂପନ୍ନ କରିବାରେ ନିଯୁକ୍ତ ଥିଲେ । ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ମନ୍ଦିର ପରିସରରେ ବିଶେଷ ଧାର୍ମିକ ମାହୋଲ ସୃଷ୍ଟି ହୋଇଥିଲା । ମାଆ ବିରଜାଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

Read More