Author: TRUPTIMAYEE SAHOO

ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ପାଇଁ ବର୍ଷକର ଆୟବ୍ୟୟ ବିବରଣୀ ସଂସଦରେ ଆଗତ କରିଛନ୍ତି। ଯାହାକୁ ଆମେ ବଜେଟ୍‍ କହୁଛୁ। ଏହି ବଜେଟ୍‍ ଆଗତ ହେବାପରେ ଆମ ରାଜ୍ୟ ପାଇଁ କ’ଣ ବ୍ୟବସ୍ଥା କରାଯାଇଛି, କ’ଣ କରାଯାଇ ପାରିଲା ନାହିଁ ତାହା ଉପରେ ବିତର୍କ ଆରମ୍ଭ ହୋଇଯାଇଛି ?  ଆମ ରାଜ୍ୟର ବିରୋଧୀ ନେତାମାନେ ଏହି ବଜେଟ୍‍ ଶୁଆ ଭଳି ପୂର୍ବରୁ ଘୋଷିଥିବା ଶବ୍ଦ ଅନ୍ତଃସାରଶୂନ୍ୟ କହିବା ସହିତ ଓଡ଼ିଶା ଅବହେଳିତ ବୋଲି କହିଛନ୍ତି। ଅପରପକ୍ଷରେ ଶାସକ ଦଳ ଏହାକୁ ବିକଶିତ ଭାରତ ଓ ଓଡ଼ିଶାର ରୋଡମ୍ୟାପ ବୋଲି କହିଛନ୍ତି। ଆଉ ଆମ ରାଜ୍ୟର ପ୍ରତିଷ୍ଠିତ ଗଣମାଧ୍ୟମମାନେ ଗୋଟିଏ ଟଙ୍କାକୁ ନେଇ ଆୟବ୍ୟୟ ବିବରଣୀ ଦେବା ସହିତ ଓଡ଼ିଶା କେଉଁ କ୍ଷେତ୍ରରେ ଲାଭ ପାଇବ ଓ କେଉଁ କ୍ଷେତ୍ରରେ ଅବହଳିତ ହେଲା ତାହା ଦର୍ଶାଇଛନ୍ତି। ଓଡ଼ିଶା କାହିଁକି ଅବହେଳିତ ହେଲା, ଏଥିପାଇଁ ଦାୟୀ କିଏ ?…

Read More