Author: TRUPTIMAYEE SAHOO

ଓଡ଼ିଶାର ରାଜନୀତି ଏବେ ଗୋଟିଏ ଅଦ୍ଭୁତ ସନ୍ଧି କ୍ଷଣରେ ଠିଆ ହୋଇଛି । ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ଘଟିଛି । ବିଜେପି କ୍ଷମତାକୁ ଆସିଛି ଏବଂ ସ୍ୱାଭାବିକ ଭାବେ ଏକ ନୂଆ ଶାସନ ରଚନାର ସମସ୍ୟା, ଦଳୀୟ ଗୋଷ୍ଠୀବାଦ, ନୀତିଗତ ଅସ୍ପଷ୍ଟତା ଓ ପ୍ରଶାସନିକ ଅଭିଜ୍ଞତାର ଅଭାବ- ସବୁ ଦେଖାଯାଉଛି । କିନ୍ତୁ ଏହି ସମସ୍ତ ଦୁର୍ବଳତା ସତ୍ତ୍ୱେ ମଧ୍ୟ ଶାସକ ଦଳକୁ ଚାପରେ ରଖିବାରେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ-ବିଜୁ ଜନତା ଦଳ ଓ କଂଗ୍ରେସ-କୂଳକିନାରା ପାଉନାହାନ୍ତି । ଏହି ରାଜନୈତିକ ଅସମର୍ଥତାର ମୂଳ କାରଣ କ’ଣ ? ବିରୋଧୀ ଦଳର ରଣନୀତିରେ ଅଭାବ, ନା କି ନେତୃତ୍ୱର ଦ୍ୱନ୍ଦ୍ୱ ? ଏହି ପ୍ରଶ୍ନର ଉତ୍ତର ଖୋଜିବା ସମୟରେ ଆମେ ଦୁଇଟି ଭିନ୍ନ ଧାରଣା ସାମ୍ନାକୁ ପାଉଛୁ- “ଛାୟା କ୍ୟାବିନେଟ୍” ଓ “ଲୋକସଭା ଦାୟିତ୍ୱ”। ଦୁଇଟି ଧାରଣା ଦେଖିବାକୁ ଭିନ୍ନ, କିନ୍ତୁ…

Read More