Author: Anasuya Das

ଏହାର ରୋଭର ଚନ୍ଦ୍ରଯାନ-୩ର ପ୍ରଜ୍ଞାନଠାରୁ ୧୨ ଗୁଣ ଭାରି ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢାଇଛି ଭାରତ। ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଚନ୍ଦ୍ରଯାନ-୪ ମିଶନ ଆରମ୍ଭ କରିଛି ଭାରତ। ଆଗାମୀ ଚନ୍ଦ୍ରଯାନ-୪ ମିଶନ ପାଇଁ ଏକ ବଡ଼ ରୋଭର ଘୋଷଣା ସହ ଭାରତର ମହାକାଶ ଅଭିଯାନରେ ଏକ ବଡ଼ ଭୂମିକା ନେବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଏସ୍ଏସି)ର ନିର୍ଦ୍ଦେଶକ ନୀଲେଶ ଦେଶାଇ ପ୍ରକାଶ କରିଛନ୍ତି ଯେ ନୂଆ ରୋଭରର ଓଜନ ୩୫୦ କିଲୋଗ୍ରାମ ହେବ। ଚନ୍ଦ୍ରଯାନ-୩୩୬ ସମୟରେ ଚନ୍ଦ୍ରପୃଷ୍ଠକୁ ଅନୁସନ୍ଧାନ କରିଥିବା ୩୦ କିଲୋଗ୍ରାମ ପ୍ରଜ୍ଞାନ ରୋଭର ତୁଳନାରେ ଏହାର ଆକାର ଓ କ୍ଷମତାରେ ଯଥେଷ୍ଟ ବୃଦ୍ଧି ଘଟିଥିବା ଦର୍ଶାଇ ଶ୍ରୀ ଦେଶାଇ କହିଛନ୍ତି ଯେ, ଏହି ଅଭିଯାନର ଅଂଶ ଭାବରେ ରୋଭରର ଓଜନ ୩୫୦ କିଲୋଗ୍ରାମ ହେବ, ଯାହା ପୂର୍ବ ରୋଭର ତୁଳନାରେ ୧୨ ଗୁଣ…

Read More