Author: TRUPTIMAYEE SAHOO

ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଓ ଏହାର ମାଲିକାନା କମ୍ପାନୀ ମେଟାକୁ ସୁପ୍ରିମକୋର୍ଟ ତରଫରୁ କଡ଼ା ଭାଷାରେ ଭର୍ତ୍ସନା କରାଯାଇଛି । ତଥ୍ୟ ସେୟାରିଂ ଆଳରେ ଉପଭୋକ୍ତାଙ୍କ ଗୋପନୀୟତା ଉଲ୍ଲଂଘନ ହେଉଥିବା ଅଭିଯୋଗକୁ ନେଇ ଆଦାଲତ ସ୍ପଷ୍ଟ ମତ ରଖିଛନ୍ତି ଯେ କୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ଭାରତର ଆଇନ ଓ ନାଗରିକଙ୍କ ଅଧିକାରକୁ ଅବହେଳା କରିପାରିବ ନାହିଁ। ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ—ଯେଉଁଥିରେ ବିଚାରପତି ଜୟମାଳା ବାଗଚୀ ଓ ବିଚାରପତି ବିପୁଲ ଏମ୍. ପାଞ୍ଚୋଲି ସାମିଲ ଥିଲେ—ସ୍ପଷ୍ଟ କହିଛନ୍ତି ଯେ ଯଦି ହ୍ୱାଟ୍ସଆପ୍ ଭାରତୀୟ ଆଇନ ମାନିବାକୁ ପ୍ରସ୍ତୁତ ନୁହେଁ, ତେବେ ଏହା ଦେଶ ଛାଡ଼ି ଯିବା ଉଚିତ। ଏହି ମାମଲା ମେଟା ଓ ହ୍ୱାଟ୍ସଆପ୍ ଦ୍ୱାରା ଭାରତୀୟ ପ୍ରତିଯୋଗିତା ଆୟୋଗ (CCI)ଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । CCI ହ୍ୱାଟ୍ସଆପ୍‌ ଉପରେ ୨୧୩.୧୪ କୋଟି ଟଙ୍କା ଜରିମାନା…

Read More