Author: TRUPTIMAYEE SAHOO

କଥାରେ ଅଛି—ପାଣିରେ ଘର କରି କୁମ୍ଭୀର ସହିତ ଝଗଡ଼ା କରାଯାଏ ନାହିଁ। କିନ୍ତୁ ଓଡ଼ିଶାର ସାମ୍ପ୍ରତିକ ରାଜନୀତିରେ ଏମିତି ଜଣେ ନେତାଙ୍କ ଉଦୟ ଘଟିଛି, ଯିଏ କି ବ୍ୟବସ୍ଥାର ଭିତରେ ରହି ତା’ର ଅସାରତାକୁ ପ୍ରଶ୍ନ କରୁଛନ୍ତି, ତା’ର ଭୁଲକୁ ଆଙ୍ଗୁଳି ଦେଖାଉଛନ୍ତି, ଏବଂ ସବୁଠାରୁ ବଡ଼ କଥା—ଲୋକଙ୍କ ଯନ୍ତ୍ରଣାକୁ ନିଜର ରାଜନୀତିର ମୂଳ ଧାରା କରିଛନ୍ତି। ସେହି ନେତା ହେଲେ ବିଜୁ ଜନତା ଦଳର ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ଓଡ଼ିଶାର ରାଜନୀତିରେ ଜିତିବା ପରେ ନେତାମାନେ ସାଧାରଣତଃ ଦୁଇଟି ପଥ ଧରନ୍ତି। ପ୍ରଥମ—ଶକ୍ତି, ପଦ, ପ୍ରଭାବ ଓ ବ୍ୟବସ୍ଥା ସହିତ ସନ୍ଧି। ଦ୍ୱିତୀୟ—ନିର୍ବାଚନ ଶେଷ ହେଲେ ଜନତାଙ୍କଠାରୁ ଦୂରେଇ ଯିବା, ମାତ୍ର ଆଗାମୀ ଭୋଟ ସମୟ ଆସିଲେ ପୁଣି ଦର୍ଶନ। କିନ୍ତୁ ଅରୁଣ ସାହୁ ଏହି ଦୁଇଟି ପଥକୁ ଅସ୍ୱୀକାର କରିଛନ୍ତି। ଦଳ କ୍ଷମତାରୁ ହଟିବା ପରେ ମଧ୍ୟ ସେ ଲୋକଙ୍କ ସହିତ ରହିବାର ପ୍ରତିଶ୍ରୁତିକୁ…

Read More