Author: TRUPTIMAYEE SAHOO

ମଙ୍ଗଳବାର ଦିନ ଲୋକସଭାର ବଜେଟ୍ ଅଧିବେଶନ ସମୟରେ ଏକ ବଡ଼ ରାଜନୈତିକ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୃହ ଚାଲିଥିବା ବେଳେ କିଛି ବିରୋଧୀ ସାଂସଦ ଦୁଇଥର ବାଚସ୍ପତିଙ୍କ ଚୌକି ଆଡ଼କୁ କାଗଜ ଫିଙ୍ଗିଥିବା ଅଭିଯୋଗ ଆସିଛି। ଏହି ଘଟଣା ପରେ ଗୃହରେ ତୀବ୍ର ହୋହଲ୍ଲା ସୃଷ୍ଟି ହୋଇଥିଲା ଓ ଲୋକସଭାର କାର୍ଯ୍ୟକାଳ ସ୍ଥଗିତ କରାଯାଇଥିଲା । ଏହି ହଟ୍ଟଗୋଳରେ ସାମିଲ ଥିବା ୮ ଜଣ ବିରୋଧୀ ସାଂସଦଙ୍କ ବିରୋଧରେ ବାଚସ୍ପତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିୟମ ୩୭୪୨ ଅନୁଯାୟୀ ଅମରିନ୍ଦର ସିଂହ ରାଜା ୱାରିଂ, ହିବି ଏଡେନ୍, ମାନିକମ୍ ଟାଗୋର ବି, ଗୁରଜିତ ସିଂହ ଆଉଜଲା, ପ୍ରଶାନ୍ତ ଯାଦବରାଓ ପାଡୋଲେ, କିରଣ କୁମାର ରେଡ୍ଡୀ, ଏସ. ଭେଙ୍କଟେସନ ଓ ଡିନ୍ କୁରିଆକୋସେଙ୍କୁ ବଜେଟ୍ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଲୋକସଭାରୁ ନିଲମ୍ବିତ କରାଯାଇଛି । ଏହି ଘଟଣା ପରେ ଲୋକସଭାକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଗୃହ…

Read More