Author: TRUPTIMAYEE SAHOO

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପରେ ଟଳିଯାଇଛି । ଏୟାର୍ ଇଣ୍ଡିଆର ଏକ ବିମାନ ଓ ଇଣ୍ଡିଗୋର ଅନ୍ୟ ଏକ ବିମାନ ଟ୍ୟାକ୍ସିୱେରେ ଥିବାବେଳେ ଉଭୟ ବିମାନର ଡେଣା ମଧ୍ୟରେ ଧକ୍କା ଲାଗିଥିଲା । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କର୍ମଚାରୀ ଆହତ ହୋଇନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଘଟଣା ସମୟରେ ଉଭୟ ବିମାନ ଉଡ଼ାଣ ପାଇଁ ଟ୍ୟାକ୍ସିୱେରେ ଅପେକ୍ଷା କରୁଥିଲେ । ମୁମ୍ବାଇରୁ କୋଏମ୍ବାଟୁର ଯିବାକୁ ଥିବା ଏୟାର୍ ଇଣ୍ଡିଆର ବିମାନ ଏଆଇ–୨୭୩୨ ଟେକଅଫ୍‌ ପୂର୍ବରୁ ଟ୍ୟାକ୍ସିୱେରେ ଥିବାବେଳେ ହାଇଦ୍ରାବାଦରୁ ଆସି ମୁମ୍ବାଇରେ ଅବତରଣ କରିଥିବା ଇଣ୍ଡିଗୋ ବିମାନର ଡେଣା ସହ ସଂସ୍ପର୍ଶରେ ଆସିଥିଲା । ଏହାର ପରିଣାମ ସ୍ୱରୂପ ଏୟାର୍ ଇଣ୍ଡିଆ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିବା ଏୟାର୍ ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଘଟଣା ପରେ ବିମାନବନ୍ଦର ପ୍ରଶାସନ ସହ ବେସାମରିକ ବିମାନ…

Read More