Author: TRUPTIMAYEE SAHOO

ଭାରତ–ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ୱାଶିଂଟନ ଡିସିରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ ଓ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଏହି ସାକ୍ଷାତକାର ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ବାଣିଜ୍ୟିକ ଚୁକ୍ତି ସାକାର ହେବାର ଠିକ୍ ପରବର୍ତ୍ତୀ ଦିନରେ ହୋଇଥିବାରୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ଆଲୋଚନାର ଫଳସ୍ୱରୂପ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଟାରିଫକୁ ୨୫ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଛି । ଏହି ଟାରିଫ ହ୍ରାସ କିପରି ସୁଚାରୁ ଭାବେ କାର୍ଯ୍ୟକାରୀ କରାଯିବ ଏବଂ ଦୁଇ ଦେଶ କିପରି ଏହାର ସର୍ବାଧିକ ଲାଭ ଉଠାଇପାରିବେ, ସେ ନେଇ ଜୟଶଙ୍କର ଟ୍ରେଜେରୀ…

Read More