Author: TRUPTIMAYEE SAHOO

ମିଆଁମାରରେ ଶୁକ୍ରବାର ସକାଳେ ଏକ ପରେ ଏକ ଦୁଇଟି ଶକ୍ତିଶାଳୀ ଭୂକମ୍ପ ହୋଇ ସମଗ୍ର ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି କରିଛି । ଏହି ଭୂକମ୍ପର ପ୍ରଭାବ କେବଳ ମିଆଁମାରରେ ସୀମିତ ରହିନଥିଲା, ବରଂ ପଡ଼ୋଶୀ ଦେଶ ଭାରତ ଓ ବାଂଲାଦେଶର ଅନେକ ସହରରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଘଟଣା ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିବା ଦେଖାଯାଇଛି । ପ୍ରଥମ ଭୂକମ୍ପ ସକାଳ ୯ଟା ୪ ମିନିଟ୍‌ରେ ରେକର୍ଡ ହୋଇଥିଲା । ରିକ୍ଟର ସ୍କେଲ ଅନୁଯାୟୀ, ଏହାର ତୀବ୍ରତା ୬.୦ ଥିଲା, ଯାହାକୁ ଶକ୍ତିଶାଳୀ ଭୂକମ୍ପ ଭାବେ ଗଣନା କରାଯାଏ । ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ମାଗୱେ ଅଞ୍ଚଳରେ ଥିବା ସୂଚନା ମିଳିଛି, ଯାହା ୟେନୟାଙ୍ଗ ସହରଠାରୁ ପ୍ରାୟ ୯୫ କିଲୋମିଟର ଦୂରରେ ଅବସ୍ଥିତ । ଭୂପୃଷ୍ଠରୁ ପ୍ରାୟ ୧୦.୫୭ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳ ଥିଲା ବୋଲି ଜଣାପଡ଼ିଛି…

Read More