Author: TRUPTIMAYEE SAHOO

ଦୀର୍ଘ ସମୟ ଧରି ରାଜନୈତିକ ଅସ୍ଥିରତା ଓ ଜାତିଆଣ ହିଂସାରେ ପୀଡ଼ିତ ମଣିପୁରରେ ଶେଷରେ ସାଧାରଣ ପରିସ୍ଥିତି ଫେରୁଥିବାର ସଙ୍କେତ ମିଳିଛି । ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟିବାକୁ ଯାଉଛି ଏବଂ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ୟୁମନାମ ଖେମଚନ୍ଦ ସିଂ ଶପଥ ନେବେ । ବିଧାୟକ ଦଳ ବୈଠକରେ ତାଙ୍କୁ ସମ୍ମତିକ୍ରମେ ନେତା ଭାବେ ନିର୍ବାଚିତ କରାଯାଇଛି । ଗତ କିଛି ବର୍ଷ ଧରି ମଣିପୁର ଜାତିଆଣ ହିଂସା, ଅଶାନ୍ତି ଓ ଆଇନ-ଶୃଙ୍ଖଳା ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲା । ଏହି ପରିସ୍ଥିତିରେ ୨୦୨୫ ଫେବୃୟାରୀ ୯ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ନୈତିକ ଦାୟିତ୍ୱ ନେଇ ପଦତ୍ୟାଗ କରିଥିଲେ । ତାଙ୍କ ଇସ୍ତଫା ପରେ ରାଜ୍ୟରେ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଥିଲା ଏବଂ ୨୦୨୫ ଫେବୃୟାରୀ ୧୩ ତାରିଖରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା । ରାଷ୍ଟ୍ରପତି ଶାସନ ସମୟରେ ରାଜ୍ୟରେ…

Read More