Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ କିଛି ଘଟଣା ଏପରି ହୋଇଥାଏ, ଯାହା ଦେଖିବାକୁ ନୀତିଗତ, ଆଇନଗତ କିମ୍ବା ପ୍ରଶାସନିକ ଲାଗୁଥିବା ସତ୍ତ୍ୱେ ତା’ର ଭିତରେ ଗଭୀର ରାଜନୈତିକ ଚକ୍ରାନ୍ତ, ଭୋଟବ୍ୟାଙ୍କ ଗଣିତ ଓ ଦୀର୍ଘକାଳୀନ ସାମାଜିକ ପ୍ରଭାବ ଲୁଚିଥାଏ । ୟୁଜିସିର “ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତାକୁ ପ୍ରୋତ୍ସାହନ ନିୟମାବଳୀ ୨୦୨୬” ସେହି ପ୍ରକାର ଏକ ଦୃଷ୍ଟାନ୍ତ । କାଗଜରେ ଏହା ସାମାଜିକ ନ୍ୟାୟର ଏକ ଉଦ୍ୟମ ; କିନ୍ତୁ ଏହା ଆଜିର ଯୁବପିଢ଼ିକୁ ପୁନର୍ବାର ଜାତିର ଚକ୍ରାନ୍ତରେ ଠେଲିବାର ଏକ ଭୟଙ୍କର ଚେଷ୍ଟା- ଏମିତି ଅଭିଯୋଗ ଉଠୁଛି। ଏହି ନିୟମକୁ ନେଇ ଦେଶରେ ଚର୍ଚ୍ଚା, ବିରୋଧ, ହ୍ୟାସଟ୍ୟାଗ୍ ଟ୍ରେଣ୍ଡ  ଏବଂ ରାଜନୈତିକ ଦଳମାନଙ୍କ ଅସୁବିଧା—ସବୁଠାରୁ ଅଧିକ ଚିନ୍ତିତ ଦେଖାଯାଉଛି ବିଜେପି। କାରଣ, ଏହି ନିୟମ ଆସିଛି ସେମାନଙ୍କ ଶାସନ କାଳରେ, କିନ୍ତୁ ରାଜନୈତିକ ଫାୟଦା ଯାଇପାରେ ବିରୋଧୀ ଶିବିରକୁ। ୟୁଜିସି ନିୟମ: ନ୍ୟାୟ ନା କି ନୂଆ ବିଭାଜନ? ୟୁଜିସି ଦ୍ୱାରା ଅଧିସୂଚିତ…

Read More