Author: TRUPTIMAYEE SAHOO

ରାଜ୍ୟର ସ୍କୁଲଗୁଡ଼ିକ ଯେଉଁଠି ଜ୍ଞାନ, ଶିଷ୍ଟାଚାର, ସୁରକ୍ଷା ଓ ମାନବୀୟ ମୂଲ୍ୟବୋଧର ପ୍ରଥମ ପାଠ ପଢ଼ାଯିବା କଥା, ସେଇ ସ୍ଥାନଗୁଡ଼ିକ ଆଜି ଏକ ଭୟାବହ ପ୍ରଶ୍ନର ସାମ୍ନାସାମ୍ନି—ସ୍କୁଲ କ’ଣ ଏବେ ଅପରାଧର ପେଣ୍ଠସ୍ଥଳୀ ହୋଇଯାଇଛି ? ଏହି ପ୍ରଶ୍ନ କୌଣସି ରାଜନୈତିକ ନାରା କିମ୍ବା ଅତିରଞ୍ଜିତ ମତାମତ ନୁହେଁ; ଗତ କିଛି ସପ୍ତାହ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍କୁଲରୁ ଆସିଥିବା ଘଟଣାଗୁଡ଼ିକ ଏହାକୁ ଏକ ଭୟଙ୍କର ସାମାଜିକ ବାସ୍ତବତାରେ ପରିଣତ କରିଛି। ଛୋଟ ଘଟଣା ନୁହେଁ, ଏକ ଧାରା ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳର ଗୋଟିଏ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଖେଳ ଖେଳୁଥିବା ବେଳେ ସାଧାରଣ ଝଗଡ଼ା ଏବଂ ସେଇ ଝଗଡ଼ାର ଶେଷ—ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କ ଗାଲରେ ଛୁରୀ। ରକ୍ତସ୍ରାବ, ଆତଙ୍କ, ଅଭିଭାବକଙ୍କ ଆର୍ତ୍ତନାଦ। ଏହା କ’ଣ କେବଳ ଦୁଇ ଜଣ ପିଲାଙ୍କ ମଧ୍ୟରେ ଘଟିଥିବା ଗୋଟିଏ ଅଭାଗ୍ୟଜନକ ଘଟଣା? ନାହିଁ। ଏହା ହେଉଛି ଏକ…

Read More