Author: TRUPTIMAYEE SAHOO

ନୂଆଦିଲ୍ଲୀରେ ଆଜି ଓଡ଼ିଶା ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦିଲ୍ଲୀରେ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରକୁ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସମନ୍ୱୟ ଓ ସହଯୋଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି । ଏହି ବୈଠକ ସମୟରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କ ସହ ତାଙ୍କ ଧର୍ମପତ୍ନୀ ଓ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହ ଦେଓ, ତାଙ୍କ କନ୍ୟା ଓ ଜ୍ୱାଇଁ ଏବଂ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମଧ୍ୟ ଉପସ୍ଥିତ ଥିଲେ । ପରିବାର ସହିତ ହୋଇଥିବା ଏହି ସାକ୍ଷାତକାର ଏକ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖନୀୟ ଯେ ଏହା ପ୍ରଥମ ଥର ନୁହେଁ ଯେ କେ.ଭି. ସିଂହ ଦେଓ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି। ଗତ ୨୦୨୫ ଅଗଷ୍ଟ ମାସରେ ସଂସଦ ଭବନରେ ମଧ୍ୟ ଉଭୟଙ୍କ…

Read More