Author: TRUPTIMAYEE SAHOO

ଓଡ଼ିଶାର ଯୁକ୍ତ ଦୁଇ (+୨) ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ତଥା ରୋଜଗାରକ୍ଷମ କରିବା ଦିଗରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିଛି। ଛାତ୍ରଛାତ୍ରୀମାନେ ପାରମ୍ପରିକ ପାଠପଢ଼ା ସହିତ ସିଧାସଳଖ ବଜାର ଚାହିଦା ଥିବା ବୈଷୟିକ ଦକ୍ଷତା ହାସଲ କରିବା ପାଇଁ ପରିଷଦ ପକ୍ଷରୁ ଦୁଇଟି ନୂତନ ଧନ୍ଦାମୂଳକ ବିଷୟ କୁ ଅନୁମୋଦନ ଦିଆଯାଇଛି। ଏଣିକି ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ‘ସ୍ୱାସ୍ଥ୍ୟସେବା’ ଏବଂ ‘ପୋଷାକ ନିର୍ମାଣ ତଥା ଫ୍ୟାଶନ୍ ଡିଜାଇନିଂ’ ଭଳି ଦୁଇଟି ନୂତନ କୋର୍ସ ଚୟନ କରିପାରିବେ। ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ନୂତନ ପାଠ୍ୟକ୍ରମ କାର୍ଯ୍ୟକାରୀ ହେବ। ଓସେପାର ଅନୁରୋଧ ଓ ଏକାଡେମିକ୍ କମିଟିର ସର୍ବସମ୍ମତ ନିଷ୍ପତ୍ତି ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଏ ସମ୍ପର୍କରେ ଏକ ପ୍ରସ୍ତାବ ସିଏଚ୍‌ଏସ୍‌ଇ ନିକଟକୁ ପଠାଯାଇଥିଲା। ପରିଷଦର ଏକାଡେମିକ୍ କମିଟି…

Read More