Author: TRUPTIMAYEE SAHOO

ବନ୍ଦେ ଭାରତ ଏକ୍ସପ୍ରେସ୍‌ର ସଫଳତା ପରେ ଭାରତୀୟ ରେଳବାଇ ଏବେ ଦେଶରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେବା ଆରମ୍ଭ କରିଛି । ଦୀର୍ଘଦୂର ରାତ୍ରି ଯାତ୍ରାକୁ ଆରାମଦାୟକ ଓ ଆଧୁନିକ କରିବା ଉଦ୍ଦେଶ୍ୟରେ ଆଣାଯାଇଥିବା ଏହି ହାଇ-ଟେକ୍ ଟ୍ରେନ୍ ଏବେ ଯାତ୍ରୀମାନଙ୍କ ପାଇଁ ଆଉ ଏକ ବଡ଼ ଆଶ୍ୱସ୍ତିକର ଖବର ଆଣିଛି । ପୂର୍ବ ସଂସ୍କରଣ ତୁଳନାରେ ବନ୍ଦେ ଭାରତ ସ୍ଲିପରର ଖାଦ୍ୟ ବ୍ୟବସ୍ଥାକୁ ଯଥେଷ୍ଟ ଉନ୍ନତ କରାଯାଇଛି । ବର୍ତ୍ତମାନ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ହାୱଡାରୁ କାମାକ୍ଷା ମଧ୍ୟରେ ଚଳାଚଳ କରୁଛି । ଏହି ଟ୍ରେନ୍‌ରେ ଯାତ୍ରୀମାନେ ଆଧୁନିକ ସ୍ଲିପର କୋଚ୍, ସୁବିଧାଜନକ ବେଡ୍, ସ୍ମାର୍ଟ ଟଏଲେଟ୍ ଏବଂ ଉନ୍ନତ ସୁରକ୍ଷା ବ୍ୟବସ୍ଥା ସହିତ ଉଚ୍ଚମାନର ସେବା ପାଉଛନ୍ତି । ଏହା ସହିତ ଏବେ ଖାଦ୍ୟ ବିକଳ୍ପରେ ହୋଇଥିବା ପରିବର୍ତ୍ତନ ଯାତ୍ରୀଙ୍କ ସୁବିଧାକୁ ଆହୁରି ବଢ଼ାଇଛି । ୧୭ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି…

Read More