Author: TRUPTIMAYEE SAHOO

ପଶ୍ଚିମବଙ୍ଗରେ ଚାଲୁଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଅର୍ଥାତ ‘Special Intensive Revision (SIR)’କୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସୁପ୍ରିମକୋର୍ଟରେ ଉପସ୍ଥିତ ରହି ନିର୍ବାଚନ କମିଶନ ଅଫ୍ ଇଣ୍ଡିଆ (ECI)ଙ୍କ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ତୀବ୍ର ଭାବେ ବିରୋଧ କରିଛନ୍ତି। ଶୁଣାଣି ସମୟରେ ମମତା ବାନାର୍ଜୀ ନିଜେ ଯୁକ୍ତି ଉପସ୍ଥାପନ କରି ନିର୍ବାଚନ କମିଶନ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ନିର୍ବାଚନ କମିଶନକୁ ‘ହ୍ୱାଟ୍ସଆପ୍ କମିଶନ’ ବୋଲି କହି ସିଧାସଳଖ ଟାର୍ଗେଟ୍ କରିଥିବା ଘଟଣା ରାଜନୈତିକ ମହଲରେ ଭାରି ଚର୍ଚ୍ଚା ସୃଷ୍ଟି କରିଛି। ମମତାଙ୍କ ଅଭିଯୋଗ ଅନୁଯାୟୀ, ‘Special Intensive Revision’ ନାମରେ ଲକ୍ଷ ଲକ୍ଷ ବୈଧ ଭୋଟରଙ୍କ ନାମ ତାଲିକାରୁ କଟାଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଭୋଟର କଟକଣାରେ ଅଧିକାଂଶ ମହିଳା ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଲକ୍ଷ୍ୟ ବସ୍ତୁ ହେଉଛନ୍ତି,…

Read More