Author: TRUPTIMAYEE SAHOO

ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଗ୍ରୀଷ୍ମଋତୁ । ଖରା ଆରମ୍ଭ ହେବା ସହ ତାପମାତ୍ରା ଦିନକୁ ଦିନ ବଢ଼ୁଛି, ଯାହାର ପ୍ରଭାବ ସିଧାସଳଖ ମାନବ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି । ଅତ୍ୟଧିକ ଗରମ କାରଣରୁ ଡିହାଇଡ୍ରେସନ, ଏସିଡିଟି, ପେଟ ଜନିତ ସମସ୍ୟା, ଦୁର୍ବଳତା ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ଏହି ସମୟରେ ଶରୀରକୁ ଥଣ୍ଡା ଓ ସୁସ୍ଥ ରଖିବା ପାଇଁ ଲୋକମାନେ ପଖାଳ, ଦହି, ପଇଡ଼, ଲସି ସହ ବିଭିନ୍ନ ଥଣ୍ଡା ଜାତୀୟ ଖାଦ୍ୟ ଗ୍ରହଣ କରିଥାଆନ୍ତି । ଏହି ସମସ୍ତ ପ୍ରାକୃତିକ ଖାଦ୍ୟମାନଙ୍କ ମଧ୍ୟରେ ତାଳସଜ ଏକ ଅନନ୍ୟ ଓ ଅତ୍ୟଧିକ ଲାଭଦାୟକ ଫଳ ଭାବେ ପରିଚିତ। ତାଳସଜ ବାହାରୁ ନଡ଼ିଆ ପରି ଦେଖାଯାଉଥିବା ବେଳେ ଭିତରୁ ଲିଚି ପରି ନରମ ଓ ରସାଳ ହୋଇଥାଏ। ଦେଖିବାକୁ ଯେତିକି ସୁନ୍ଦର, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ପୋଷକତତ୍ତ୍ୱରେ ଭରପୂର ତାଳସଜରେ ଫାଇବର ଭିଟାମିନ୍ A, ଭିଟାମିନ୍ C,…

Read More