Author: TRUPTIMAYEE SAHOO

ଗତ ପଚିଶ ବର୍ଷରେ ଓଡ଼ିଶାର ରାଜନୈତିକ ଶକ୍ତିମାନଙ୍କର କାର୍ଯ୍ୟକଳାପର ଯେଉଁ କୁପରିଣାମ ‘ବିକାଶ’ ନାମରେ ଦେଖାଯାଇଛି, ସେହି ଯାତ୍ରାକୁ ଯଦି ଗୋଟିଏ ପଂକ୍ତିରେ ଧରିବାକୁ ଯାଉ ତେବେ ଏହାଠାରୁ ଅଧିକ ନିର୍ଦ୍ଦୟ ସତ୍ୟ ସମ୍ଭବତଃ ଅନ୍ୟ କୌଣସି ବାକ୍ୟ ହେବ ନାହିଁ; ଯାହା ହେବ ତାହା ହେଲା “ପଶ୍ଚିମରେ କଟନି–ଛଟନି, ପୂର୍ବରେ ଗଣତି–ମଣତି । ଏହି ଦୁଇଟି ପ୍ରସଙ୍ଗ ମାତ୍ର ଗୋଟିଏ ଅଞ୍ଚଳର ବିଭେଦକୁ ନୁହେଁ, ଏକ ସମ୍ପୂର୍ଣ୍ଣ ରାଜ୍ୟର ବିକାଶ ଦର୍ଶନର ଅସନ୍ତୁଳନ, ରାଜନୈତିକ ଉଦାସୀନତା ଓ ଲୋକତାନ୍ତ୍ରିକ ଅସମର୍ଥତାକୁ ପ୍ରକାଶ କରେ। ବିକାଶର ଭାଷା ଓ ବାସ୍ତବତାର ମଧ୍ୟରେ ଦୂରତା ବିକାଶ—ଏହା ଏମିତି ଏକ ଶବ୍ଦ ଯାହାକି ବିଗତ ଅଢ଼େଇ ଦଶନ୍ଧି ଧରି ରାଜନୀତିର ସବୁଠାରୁ ଅଧିକ ବ୍ୟବହୃତ ହୋଇଛି । କିନ୍ତୁ ଏହା ସବୁଠାରୁ କମ୍ ପରିଭାଷିତ ଶବ୍ଦ । ରାସ୍ତା, ସେତୁ, ଭବନ, ମଲ୍ଟିପ୍ଲେକ୍ସ, ଆଲୋକିତ ସହର—ଏସବୁକୁ ବିକାଶର ପ୍ରତୀକଭାବେ ଦେଖାଯାଇଛି ।…

Read More