Author: TRUPTIMAYEE SAHOO

ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଧାରିତ ଭାଷଣ ଶେଷ ମୁହୂର୍ତ୍ତରେ ଟାଳି ଦିଆଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ଭାରି ଚର୍ଚ୍ଚା ସୃଷ୍ଟି ହୋଇଛି। ବୁଧବାର ଅପରାହ୍ନ ୫ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ସଂସଦକୁ ସମ୍ବୋଧିତ କରିବାକୁ ଆସିଥିଲେ, କିନ୍ତୁ ଶେଷ ସମୟରେ ଏହି କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିଲା । ଏହାର କାରଣକୁ ନେଇ ଗୁରୁବାର ଲୋକସଭାରେ ଖୋଦ୍ ବାଚସ୍ପତି ଓମ ବିର୍ଲା ସ୍ପଷ୍ଟୀକରଣ ଦେଇଛନ୍ତି। ଗୁରୁବାର ସଦନ କାର୍ଯ୍ୟକ୍ରମ ସମୟରେ ଓମ ବିର୍ଲା କହିଛନ୍ତି ଯେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ଅପ୍ରତ୍ୟାସିତ ଘଟଣା ଘଟିବାର ଆଶଙ୍କା ଥିଲା । ଏହି କାରଣରୁ ସେ ପ୍ରଧାନମନ୍ତ୍ରୀଙ୍କୁ ସଦନକୁ ନ ଆସିବାକୁ ଆଗ୍ରହ୍ୟ କରିଥିଲେ ଓ ପ୍ରଧାନମନ୍ତ୍ରୀ ତାହାକୁ ସମ୍ମାନ ଦେଇଥିଲେ। “ସଦନର ମର୍ଯ୍ୟାଦା ଓ ସୁରକ୍ଷା ସର୍ବୋପରି,” ବୋଲି ବାଚସ୍ପତି କହିଥିଲେ। ଏହି ଅବସରରେ ବାଚସ୍ପତି ଓମ ବିରଳା ବିରୋଧୀ, ବିଶେଷକରି କଂଗ୍ରେସ ସାଂସଦମାନଙ୍କୁ କଡା ଚେତାବନୀ…

Read More