Author: TRUPTIMAYEE SAHOO

“ଥିଲେ ପୁଅ, ହେଲେ ଝିଅ” — ଏହି କଥାଟିକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ସମୀରା ନାୟକ । ଜନ୍ମରୁ ସମୀର ନାୟକ ଭାବେ ପରିଚିତ ଥିବା ସମୀରା ଆଜି ଜଣେ ସଫଳ ଟ୍ରାନ୍ସ ଓମେନ୍, ଚିତ୍ରଶିଳ୍ପୀ ଓ ଅତିଥି ଅଧ୍ୟାପିକା ଭାବେ ପରିଚିତ । ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିବା ସମୀର ନାୟକ ଶୈଶବକାଳରୁ ନିଜ ମନ ଭିତରେ ଜଣେ ଝିଅର ଅସ୍ତିତ୍ୱକୁ ଅନୁଭବ କରୁଥିଲେ । ଯଦିଓ ଦେହର ଗଠନ ପୁଅ ପରି ଥିଲା, ତଥାପି ତାଙ୍କ ଆଚରଣ, ଭାବଭଙ୍ଗୀ, ରୁଚି ଓ ମନୋଭାବ ସବୁବେଳେ ଜଣେ ଝିଅ ପରି ଥିଲା। ବୟସ ବଢ଼ିବା ସହ ଏହି ମନୋଦ୍ୱନ୍ଦ୍ୱ ଆହୁରି ଗଭୀର ହୋଇଥିଲା। ଖଲ୍ଲିକୋଟରେ ଦଶମ ଶ୍ରେଣୀ ପାସ୍ କରିବା ପରେ ସେ ଆର.ସି.ଏମ୍ କଲେଜରୁ ଯୁକ୍ତ ଦୁଇ ଶିକ୍ଷା ସମାପ୍ତ କରିଥିଲେ। ପରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ,…

Read More