Author: TRUPTIMAYEE SAHOO

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ କଳରାପତିଆ ବାଘ ଆତଙ୍କ ସୃଷ୍ଟି ହୋଇଛି। କଂସରା ପଞ୍ଚାୟତ ଅଧୀନସ୍ଥ ଗୋବର୍ଦ୍ଧନପୁର ଗାଁରେ ଏକ କଳରାପତିଆ ବାଘ ଗାଁ ଭିତରକୁ ପଶି ଗୁହାଳରେ ରହିଥିବା ଆଠଟି ମେଣ୍ଢାକୁ ମାରି ଖାଇଥିବା ଅଭିଯୋଗ ଆସିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଗୋବର୍ଦ୍ଧନପୁର ଗାଁର ବାସିନ୍ଦା କୈଳାସ ମହାକୁଡ଼ଙ୍କ ଗୁହାଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ରାତି ଅନ୍ଧକାରର ସୁଯୋଗ ନେଇ ଏକ ବନ୍ୟଜନ୍ତୁ ଗୁହାଳରେ ପଶି ଆଠଟି ମେଣ୍ଢାକୁ ନିର୍ମମ ଭାବେ ମାରି ଦେଇଥିଲା। ପ୍ରଭାତରେ ଗୁହାଳ ଦେଖିବା ସମୟରେ ମୃତ ମେଣ୍ଢା ଓ ରକ୍ତର ଚିହ୍ନ ଦେଖି ପରିବାର ଲୋକେ ଆତଙ୍କିତ ହୋଇଥିଲେ। ଘଟଣାସ୍ଥଳ ଆସପାସରେ ବଡ଼ ବଡ଼ ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ପାଦଚିହ୍ନଗୁଡ଼ିକୁ ଦେଖି ସ୍ଥାନୀୟ ଲୋକେ ଏହା କଳରାପତିଆ ବାଘର ହୋଇପାରେ ବୋଲି ଅନୁମାନ କରୁଛନ୍ତି। ଖବର…

Read More