Author: TRUPTIMAYEE SAHOO

ଆଉ ମାତ୍ର ଦିନକ ପରେ ଆରମ୍ଭ ହେବ ଟି୨୦ କ୍ରିକେଟ ବିଶ୍ୱକପ । କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଚରମରେ ପହଞ୍ଚିଥିବା ବେଳେ ଭାରତୀୟ ଟିମ୍ ଏଥର ଏକ ଐତିହାସିକ କୃତି ସାଧନ କରିପାରେ ବୋଲି ଆଶା କରାଯାଉଛି । ଆଜି ପର୍ଯ୍ୟନ୍ତ କୌଣସି ଆୟୋଜକ ଦେଶ ଟି୨୦ ବିଶ୍ୱକପ ଟାଇଟଲ ଜିତିନଥିବା ବେଳେ, ଏଥର ଭାରତ ସେହି ଇତିହାସକୁ ଭାଙ୍ଗିବାର ସୁଯୋଗ ପାଇଛି। ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ୍ ନିଜର ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ପରାସ୍ତ କରି ଶକ୍ତିଶାଳୀ ଇସାରା ଦେଇଛି। ଏହି ବିଜୟ ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସକୁ ଆହୁରି ଦୃଢ଼ କରିଛି। ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମୁମ୍ବାଇ ସ୍ଥିତ ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚି ବିଘ୍ନହର୍ତ୍ତା ଗଣେଶଙ୍କ ଦର୍ଶନ କରିଛନ୍ତି। ସେ ବାପ୍ପାଙ୍କ ନିକଟରେ ଟିମ୍ ଇଣ୍ଡିଆର ସଫଳତା ପାଇଁ ପ୍ରାର୍ଥନା କରିଥିବା…

Read More