Author: Anasuya Das

ଇରାନର ଇସଲାମୀ କ୍ରାନ୍ତିରୁ ପ୍ରାୟ ଗୋଟିଏ ବର୍ଷ ପୂର୍ବର କଥା। ୧୯୭୮ ମସିହାରେ ସେତେବେଳେ ଶାହ ପହଲଭୀଙ୍କ ଶାସନ ଚାଲୁଥିଲା, ଯାହାଙ୍କ ବିରୁଦ୍ଧରେ ଇସଲାମୀ କ୍ରାନ୍ତିର ନେତା ଆୟାତୋଲ୍ଲାହ ଖୋମୈନୀ ବିଦ୍ରୋହକୁ ଉସକାଉ ଥିଲେ। ସେହି ସମୟରେ ଇରାନର ସରକାରୀ ଖବରକାଗଜରେ ଖୋମୈନୀଙ୍କୁ ଇରାନ ସରକାର ପକ୍ଷରୁ ‘ଭାରତୀୟ ମୁଲ୍ଲା’ ଓ ‘ବ୍ରିଟେନର ଏଜେଣ୍ଟ’ ବୋଲି ଲେଖାଯାଇଥିଲା। ତାଙ୍କୁ ଏପରିକି ‘ପ୍ରେମ କବିତାରେ ହଜି ରହୁଥିବା ବୁଢ଼ା’ ବୋଲି ମଧ୍ୟ କୁହାଯାଇଥିଲା । ଏହି ଲେଖା ପ୍ରକାଶ ପାଇବା ପରେ ଇରାନର ଜନତା କ୍ଷୁବ୍ଧ ହୋଇ ଉଠିଥିଲେ। ୧୯୭୯ ମସିହାରେ ଇରାନରେ ଇସଲାମୀ କ୍ରାନ୍ତି ସଂଘଟିତ ହୋଇଥିଲା। ଫଳସ୍ୱରୂପ ଇରାନକୁ ଏକ ଇସଲାମୀ ଗଣତନ୍ତ୍ର ଘୋଷଣା କରାଯାଇଥିଲା। ଏହି କ୍ରାନ୍ତିକୁ ଫରାସୀ ବିପ୍ଲବ ଓ ରୁଷର ବୋଲସେଭିକ କ୍ରାନ୍ତି ପରେ ବିଶ୍ୱର ସବୁଠାରୁ ମହାନ କ୍ରାନ୍ତି ବୋଲି କୁହାଯାଏ। ଏହା ଦ୍ୱାରା ପହଲଭୀ ବଂଶର ଅନ୍ତ ଘଟିଥିଲା ଏବଂ ଆୟାତୋଲ୍ଲାହ ଖୋମୈନୀ…

Read More