Author: TRUPTIMAYEE SAHOO

ଇତିହାସ ଯେତେବେଳେ କଡ଼ ଲେଉଟାଏ, ସେତେବେଳେ ସବୁଠାରୁ ବେଶି ରକ୍ତକ୍ଷରଣ ଯୁଦ୍ଧକ୍ଷେତ୍ରରେ ନୁହେଁ, ବରଂ ରାଜନୀତିର ଚୌକାଠରେ ହୁଏ। ଆଜି ଆମେ ଆପଣଙ୍କୁ ନେଇଯିବା ସ୍ୱାଧୀନ ଭାରତ ତଥା ଓଡ଼ିଶା ଇତିହାସର ଏପରି ଏକ ଅଧ୍ୟାୟକୁ, ଯାହାକୁ ଓଡ଼ିଶା ରାଜନୀତିର ପ୍ରଥମ ତଥା ସବୁଠାରୁ ବଡ଼ ‘ମହାଭାରତ’ ବୋଲି କୁହାଯାଏ। ଏଠାରେ ଯୁଦ୍ଧ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ନଥିଲା; ଏ ଯୁଦ୍ଧ ଥିଲା ଜଣେ ଦ୍ରୋଣାଚାର୍ଯ୍ୟ ଏବଂ ତାଙ୍କ ପ୍ରିୟ ଅର୍ଜୁନଙ୍କ ମଧ୍ୟରେ। ଜଣେ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା, ସ୍ୱାଧୀନତା ଆନ୍ଦୋଳନର ଅଗ୍ରଣୀ ସାରଥୀ, ଦୂରଦର୍ଶୀ ରାଜନୀତିଜ୍ଞ ‘ଉତ୍କଳ କେଶରୀ’ ଡକ୍ଟର ହରେକୃଷ୍ଣ ମହତାବ। ଆଉ ଅନ୍ୟ ଜଣକ ଥିଲେ ସାହସର ଅପର ନାମ, ଆକାଶକୁ ଆୟତ୍ତ କରିବାର ନିଶା ରଖିଥିବା ଅଦମ୍ୟ ନାୟକ, ଯାହାଙ୍କୁ ସାରା ଦୁନିଆ ଜାଣେ ‘ଲୌହମାନବ’ ବିଜୁ ପଟ୍ଟନାୟକ ଭାବରେ। ଗୋଟିଏ ସମୟରେ ମହତାବ ଥିଲେ ବିଜୁଙ୍କ ପଥପ୍ରଦର୍ଶକ, ଅଭିଭାବକ ଓ ଗୁରୁ।…

Read More