Author: TRUPTIMAYEE SAHOO

ଭାରତ–ଆମେରିକା ବାଣିଜ୍ୟିକ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି । ରୁଷିଆରୁ ଭାରତ ତେଲ କିଣିବା ଉପରେ ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ୨୫ ପ୍ରତିଶତ ପେନାଲଟି ଏବେ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଥିବା ଖବର ସାମ୍ନାକୁ ଆସିଛି । ଏହି ନିଷ୍ପତ୍ତି ଫଳରେ ଗତ ଅଗଷ୍ଟ ମାସରୁ ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ୨୫ ପ୍ରତିଶତ ଅତିରିକ୍ତ ଟାରିଫକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି। ସୂତ୍ର ଅନୁସାରେ ଏହି ନିଷ୍ପତ୍ତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଏକ ବାଣିଜ୍ୟିକ ବୁଝାମଣା ପରେ ଗ୍ରହଣ କରାଯାଇଛି। ପୂର୍ବରୁ କେତେକ ଭାରତୀୟ ସାମଗ୍ରୀ ଉପରେ ମୋଟ ୫୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲାଗୁ ଥିଲା, ଯାହା ଏବେ କମି କେବଳ ୧୮ ପ୍ରତିଶତରେ ସୀମିତ ହୋଇଛି। ଏହା ଭାରତୀୟ ରପ୍ତାନିକାରୀ ଓ…

Read More