Author: TRUPTIMAYEE SAHOO

ପ୍ରଥମ ଥର ପାଇଁ ଓଡ଼ିଶାର ଗର୍ବ ଶିମିଳିପାଳ ଅଭୟାରଣ୍ୟରେ ମୋବାଇଲ ନେଟୱର୍କ ସେବା ଉପଲବ୍ଧ ହୋଇଛି। ବଣ, ପାହାଡ଼ ଓ ଦୁର୍ଗମ ଭୂପ୍ରକୃତିରେ ଘେରା ଏହି ବିଶାଳ ଜଙ୍ଗଲ ଅଞ୍ଚଳରେ ଏପର୍ଯ୍ୟନ୍ତ “ନୋ ନେଟୱର୍କ” ଏକ ଦୈନନ୍ଦିନ ସମସ୍ୟା ଥିଲା। ଏବେ ସେହି ସମସ୍ୟାର ଅବସାନ ଘଟିଛି। ଶିମିଳିପାଳ ଅଭୟାରଣ୍ୟରେ 4G ମୋବାଇଲ ସେବା ଆରମ୍ଭ ହେବା ସହିତ ଜଙ୍ଗଲ ମଧ୍ୟରେ ଡିଜିଟାଲ ସଂଯୋଗର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ବିଏସଏନଏଲ ପକ୍ଷରୁ ପ୍ରଥମ ଥର ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ୩ଟି 4G ମୋବାଇଲ ଟାୱାର ସ୍ଥାପନ କରାଯାଇଛି। ଏହି ଟାୱାରଗୁଡ଼ିକୁ ଗୁଡୁଗୁଡ଼ିଆ ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକାର୍ପିତ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ସେବାର ଉଦଘାଟନ ହେବା ଶିମିଳିପାଳ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ଗଣାଯାଉଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ…

Read More