Author: TRUPTIMAYEE SAHOO

ଆଜିଠାରୁ ଟି–୨୦ ବିଶ୍ୱକପର ରୋମାଞ୍ଚକର ଯାତ୍ରା ଆରମ୍ଭ ହେଉଛି। ପ୍ରଥମ ଦିନରେ ଭାରତୀୟ ଦଳ ମୁମ୍ବାଇର ପ୍ରସିଦ୍ଧ ଓ୍ୱାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା (ୟୁଏସଏ) ସହ ମୁକାବିଲା କରିବ। ଘରୋଇ ମାଟିରେ ଖେଳୁଥିବାରୁ ଭାରତୀୟ ଦଳ ଉପରେ ଦେଶବାସୀଙ୍କ ଆଶା ଅଧିକ ରହିଛି। କିନ୍ତୁ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଶିବିରରୁ ଆସିଥିବା କିଛି ଖବର ଚର୍ଚ୍ଚାର ବିଷୟ ହୋଇଉଠିଛି। ଭାରତର ଦ୍ରୁତ ବୋଲର ଏବଂ ମୁଖ୍ୟ ଆକ୍ରମଣକାରୀ ଯଶପ୍ରୀତ ବୁମରା ଏହି ମ୍ୟାଚରେ ଖେଳିବେ ନାହିଁ। ଜ୍ୱରରେ ପୀଡ଼ିତ ଥିବାରୁ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ବୁମରାଙ୍କ ଅଭାବ ନିଶ୍ଚୟ ଭାରତୀୟ ବୋଲିଂ ଆକ୍ରମଣ ପାଇଁ ଏକ ଚ୍ୟାଲେଞ୍ଜ ହେବ, କିନ୍ତୁ ଏହା ସହିତ ଅନ୍ୟ ଦ୍ରୁତ ବୋଲରମାନଙ୍କ ପାଇଁ ସୁଯୋଗ ମଧ୍ୟ ଆଣିଛି। ଏହି ପରିସ୍ଥିତିରେ ମହମ୍ମଦ ସିରାଜଙ୍କୁ ଖେଳାଯିବାର ସମ୍ଭାବନା ଜୋରଦାର ହୋଇଛି। ହର୍ଷିତ ରାଣା ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିବାରୁ ସିରାଜଙ୍କୁ ଟି–୨୦…

Read More