Author: TRUPTIMAYEE SAHOO

ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ମହାନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକର ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଔପଚାରିକ ନିମନ୍ତ୍ରଣ ଜଣାଇଛନ୍ତି । ଏହି ସାକ୍ଷାତକାର ନୂଆଦିଲ୍ଲୀରେ ହୋଇଥିବା ସୂଚନା ମିଳିଛି । ସଚିନ ଏହି ଖୁସିର ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରିଥିବାବେଳେ, ଯୁବ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଚିନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଆମେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଅର୍ଜୁନ ଏବଂ ସାନିଆଙ୍କ ବିବାହ ଉତ୍ସବରେ ନିମନ୍ତ୍ରଣ କରିବାର ସୌଭାଗ୍ୟ ପାଇଲୁ। ଏହି ଯୁବ ଦମ୍ପତିଙ୍କୁ ଆପଣଙ୍କ ଆଶୀର୍ବାଦ ଓ ସୁଚିନ୍ତିତ ପରାମର୍ଶ ପାଇଁ ଧନ୍ୟବାଦ। ସେହିପରି ସଚିନଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ଏହି ସମୟରେ ସହଯୋଗୀ ଥିଲେ। We were honoured to invite Hon’ble Prime Minister Shri @narendramodi ji to Arjun and Saaniya’s wedding. Thank you,…

Read More