Author: TRUPTIMAYEE SAHOO

୨୦୨୬ ଟି-୨୦ ବିଶ୍ୱକପ୍ ଚାଲିଥିବାବେଳେ ଭାରତୀୟ ଦଳ ଶିବିରରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଦଳର ବିସ୍ଫୋରକ ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ଅସୁସ୍ଥତାର କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ପେଟ ସଂକ୍ରମଣ ଓ ପ୍ରବଳ ଜ୍ୱରରେ ପୀଡିତ ଅଛନ୍ତି ।  ଅଭିଷେକ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଦଳର ଅଭ୍ୟାସ ଅଧିବେଶନରେ ଯୋଗ ଦେଇନଥିଲେ। ଭାରତ ଫେବୃଆରୀ ୧୨ ତାରିଖରେ ନାମ୍ବିଆ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ଥିବାବେଳେ ଏହି ଖବର ଦଳ ପାଇଁ ଚିନ୍ତାର କାରଣ ହୋଇପାରିଛି । ମ୍ୟାଚ୍‌ଟି ଦିଲ୍ଲୀରେ ଅନୁଷ୍ଠିତ ହେବ। ସୂଚନା ଅନୁସାରେ, ଫେବୃଆରୀ ୭ ତାରିଖରେ ଆମେରିକା ବିପକ୍ଷରେ ମ୍ୟାଚ୍ ସମୟରେ ଅଭିଷେକ ଡକ୍ ସ୍କୋର କରି ପ୍ୟାଭିଲିୟନ୍‌କୁ ଫେରିଥିଲେ । ମ୍ୟାଚ୍‌ ଦରମିଆନ ସେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ପଡ଼ିଆ ଛାଡି ଦେଇଥିଲେ । ପରେ ତାଙ୍କ ସ୍ଥାନରେ…

Read More