Author: TRUPTIMAYEE SAHOO

ଓଡ଼ିଶାର ରାଜନୀତିରେ ଏମିତି ସମୟ ଆସିଛି, ଯେଉଁଠାରେ ଦଳୀୟ ଘଟଣା ମାତ୍ର ରାଜନୀତିକ ନୁହେଁ—ଦାର୍ଶନିକ ଉଦାହରଣ ଦିଆଯାଇଛି । ଇତିହାସର ଏକ ଉପାଖ୍ୟାନକୁ ଆଧାର କରି ଏକ ଜୀବନ୍ତ ରାଜନୀତିକ ସନ୍ଦେଶ ଦିଆଯାଉଛି । ଏହି ଉପାଖ୍ୟାନ—ଆଲେକ୍ସାଣ୍ଡାର ଦି ଗ୍ରେଟଙ୍କ ଶେଷ ଇଚ୍ଛା—ଆଜି ଓଡ଼ିଶାର ସର୍ବପ୍ରଭାବଶାଳୀ ରାଜନୀତିକ ନାମ ସହ ଯୋଡ଼ାଯାଇଛି। ବିଜୁ ଜନତା ଦଳରେ ଚାଲିଥିବା ଇସ୍ତଫା ପର୍ବ, ଅନ୍ତର୍ଦ୍ୱନ୍ଦ୍ୱ ଓ ନେତୃତ୍ୱ ସଙ୍କଟ ମଧ୍ୟରେ ଦଳର ନିଲମ୍ବିତ ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ର ପୁଣିଥରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି। ସେ ଆଲେକ୍ସାଣ୍ଡାରଙ୍କ ମୃତ୍ୟୁ ପୂର୍ବ ଉପାଖ୍ୟାନକୁ ଉଦ୍ଧୃତ କରି ବୁଲେଇବଙ୍କେଇ ନବୀନ ପଟ୍ଟନାୟକଙ୍କୁ ନେତୃତ୍ୱ ହସ୍ତାନ୍ତର ପାଇଁ ଇଙ୍ଗିତ ଦେଇଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗ କେବଳ ଏକ ଫେସବୁକ୍ ପୋଷ୍ଟ ନୁହେଁ—ଏହା ଏକ ଦଳର ଅନ୍ତର୍ନିହିତ ଅସ୍ଥିରତାର ପ୍ରତିଫଳନ, ନେତୃତ୍ୱ ପରିବର୍ତ୍ତନର ଦାବି, ଓ ଉତ୍ତରାଧିକାର ରାଜନୀତିର ଗଭୀର…

Read More