Author: TRUPTIMAYEE SAHOO

ଓଡ଼ିଶାର ସାମୂହିକ ଚେତନାର ମଧ୍ୟବିନ୍ଦୁ ହେଉଛି ଶ୍ରୀଜଗନ୍ନାଥଙ୍କ ମନ୍ଦିର। ଶହ ଶହ ଧରି ଏହି ପୀଠ କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ଏହା ଓଡ଼ିଆ ଜାତିସ୍ତରର ଆତ୍ମପରିଚୟ। ଏଠାରେ ପ୍ରତ୍ୟେକ ଉତ୍ସବ, ପ୍ରତ୍ୟେକ ପର୍ବ, ପ୍ରତ୍ୟେକ ଦାନରେ ଗୋଟିଏ ଅଖଣ୍ଡ ଐତିହ୍ୟ ଲୁଚି ରହିଛି। କିନ୍ତୁ ଗତ କିଛିବର୍ଷ ଧରି ଏହି ପବିତ୍ର ପୀଠର ପ୍ରଶାସନକୁ ନେଇ ଯେପରି ଅଭିଯୋଗ ଦେଖାଦେଇଛି, ସେଥିରେ ଭକ୍ତମାନଙ୍କର ମନ ବିଚଳିତ ହୋଇ ଉଠିଛି। ଏବେ ପୁଣିଥରେ ଓଡ଼ିଶା ହାଇ କୋର୍କଟ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ରତ୍ନଭଣ୍ଡାରର ତାଲିକା, ମୂଲ୍ୟାଙ୍କନ, ଚାବି ହଜିବା ମାମଲା ଓ ଜଷ୍ଟିସ୍ ରଘୁବୀର ଦାଶ କମିଶନ ରିପୋର୍ଟ— ସବୁମିଶି ଏକ ଗଭୀର ପ୍ରଶ୍ନ ଉଠାଇଛି : ଶ୍ରୀମନ୍ଦିର ପ୍ରଶାସନ କ’ଣ ତାହାର ନୈତିକ ଓ ପ୍ରଶାସନିକ ଦାୟିତ୍ୱରେ ବିଫଳ ହୋଇଛି କି? ରାଜ୍ୟ ସରକାରଙ୍କ ଆଇନ ବିଭାଗ…

Read More