Author: TRUPTIMAYEE SAHOO

ଆପଣ ଠକେଇ କରିବାକୁ ଚାହୁଁଛନ୍ତି, ଏଥିପାଇଁ ମୋଦୀ ସରକାର ତାଲିମ ଦେଉଛନ୍ତି। ଭାରତର ଯୁବପିଢ଼ିଙ୍କୁ ଦକ୍ଷତାସମ୍ପନ୍ନ କରି ନିଯୁକ୍ତିଯୋଗ୍ୟ କରିବାର ଲକ୍ଷ୍ୟ ନେଇ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପ୍ରୟାସକୁ “ସ୍କିଲ୍ ଇଣ୍ଡିଆ” ଅଭିଯାନର ମୁଖ୍ୟ ଖମ୍ଭ ଭାବେ ପ୍ରଚାର କରାଯାଇଥିଲା। ଦଶହଜାର କୋଟିରୁ ଅଧିକ ଅର୍ଥବ୍ୟୟ, କୋଟି କୋଟି ଯୁବକ-ଯୁବତୀଙ୍କୁ ପ୍ରମାଣପତ୍ର, ଏବଂ ନିଯୁକ୍ତିର ଆଶ୍ୱାସନା— ଏହା ଥିଲା ଯୋଜନାର ଘୋଷିତ ଲକ୍ଷ୍ୟ। କିନ୍ତୁ ସଂସଦରେ ଆଗତ ହୋଇଥିବା ସିଏଜିଙ୍କ କାର୍ଯ୍ୟଦକ୍ଷତା ଅଡିଟ୍ ରିପୋର୍ଟ ଏହି ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଗଭୀର ପ୍ରଶ୍ନ ଉଠାଇଛି। ତଥ୍ୟର ଅଖଣ୍ଡତା, ଡାଟା ଏଣ୍ଟ୍ରିରେ ତ୍ରୁଟି, ଡୁପ୍ଲିକେଟ୍ ରେକର୍ଡ, ଫେକ୍ ବ୍ୟାଙ୍କ ଆକାଉଣ୍ଟ, ସମାନ ଫଟୋଗ୍ରାଫ୍‍— ଏହା କେବଳ ପ୍ରଶାସନିକ ଅବ୍ୟବସ୍ଥା ନା ଦୁର୍ନୀତି ପ୍ରତି ଗଭୀର ଦୁର୍ବଳତା? ୧୦,୧୯୪ କୋଟି ଟଙ୍କା ଓ ୧.୧୦ କୋଟି ପ୍ରମାଣପତ୍ର— କାଗଜରେ…

Read More