Author: TRUPTIMAYEE SAHOO

ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୭ ତାରିଖରେ ଘଟିବ । ଜ୍ୟୋତିଷ ଓ ବିଜ୍ଞାନ ଦୁଇ ଦୃଷ୍ଟିକୋଣରୁ ଏହି ଗ୍ରହଣକୁ ନେଇ ଆଗ୍ରହ ବୃଦ୍ଧି ପାଇଛି । ଏହି ସୂର୍ଯ୍ୟଗ୍ରହଣ କୁମ୍ଭ ରାଶି ଏବଂ ଧନିଷ୍ଠା ନକ୍ଷେତ୍ରରେ ଘଟିବ ବୋଲି ଜ୍ୟୋତିଷୀମାନେ କହୁଛନ୍ତି । ବୈଜ୍ଞାନିକ ଭାବେ ଏହା ଏକ ବଳୟ ଆକାରର ସୂର୍ଯ୍ୟଗ୍ରହଣ, ଯାହାକୁ ‘ରିଙ୍ଗ୍ ଅଫ୍ ଫାୟାର’ ବୋଲି କୁହାଯାଏ। ସୂର୍ଯ୍ୟଗ୍ରହଣ ସମୟରେ ଚନ୍ଦ୍ର ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଆସି ସୂର୍ଯ୍ୟର ଆଲୋକକୁ ଅଂଶତଃ କିମ୍ବା ପୂର୍ଣ୍ଣ ଭାବେ ଆଡକୁ କରେ। କିନ୍ତୁ ବଳୟ ଆକାରର ଗ୍ରହଣରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଢାକି ପାରେ ନାହିଁ। ଏଥିରେ ସୂର୍ଯ୍ୟର ଚାରିପାଖରେ ଅଗ୍ନିର ଏକ ଚକ୍ରାକାର ବଳୟ ଦେଖାଯାଏ, ଯାହାକୁ Ring of Fire ବୋଲାଯାଏ। ଏହି ଦୃଶ୍ୟ ଆକାଶରେ ଅତ୍ୟନ୍ତ ଆକର୍ଷଣୀୟ ଲାଗେ। ଭାରତୀୟ ସମୟ ଅନୁଯାୟୀ, ଏହି ସୂର୍ଯ୍ୟଗ୍ରହଣ ଅପରାହ୍ନ ୩ଟା ୨୬…

Read More