Author: TRUPTIMAYEE SAHOO

ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଆଜି ଏକ ଦୁଃଖର ଦିନ । ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ ସମ୍ବାଦ ସମଗ୍ର ରାଜ୍ୟକୁ ଶୋକାକୁଳ କରିଦେଇଛି । ଶେଷ ଯାତ୍ରା ପୂର୍ବରୁ ତାଙ୍କ କଟକ ସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟକ ସଙ୍ଗୀତପ୍ରେମୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଭିଡ଼ ଲଗାଇଛନ୍ତି । ଆଜି ତାଙ୍କର ଅନ୍ତିମ ସଂସ୍କାର କଟକର ସତୀଚଉଁରାରେ ସମ୍ପନ୍ନ ହେବ। ସରକାର ପକ୍ଷରୁ ତାଙ୍କୁ ‘ଗାର୍ଡ ଅଫ୍ ଅନର’ ଦିଆଯିବାକୁ ଘୋଷଣା କରାଯାଇଛି । ଗତକାଲି କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ପଟ୍ଟନାୟକଙ୍କର ଦେହାନ୍ତ ଘଟିଥିଲା। ୧୯୫୪ ମସିହା ଡିସେମ୍ବର ୧୦ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଛୋଟଦିନୁଠାରୁ ସଙ୍ଗୀତ ପ୍ରତି ତାଙ୍କର ଆସକ୍ତି ଥିଲା ଏବଂ ସେହି ଆସକ୍ତି ତାଙ୍କୁ ଓଡ଼ିଶାର ଏକ ପ୍ରମୁଖ କଣ୍ଠଶିଳ୍ପୀରେ ପରିଣତ କରିଥିଲା। ୧୯୭୧ ମସିହାରେ ସେ ଅଲ ଇଣ୍ଡିଆ ରେଡ଼ିଓର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ…

Read More