Author: TRUPTIMAYEE SAHOO

ଦିଲ୍ଲୀର ରାଜନୈତିକ ପରିବେଶ ସାଧାରଣତଃ ଗରମ ହୁଏ। କିନ୍ତୁ କେବେ କେବେ ଗରମ ହୁଏ ଖବରରେ, ଚର୍ଚ୍ଚାରେ, ଓ ଅଭିଯୋଗରେ। ଗତ କିଛିଦିନ ଧରି ଏମିତି ଏକ ଘଟଣାକୁ ନେଇ ଦୁଲୁକୁଛି ଦିଲ୍ଲୀ ଓ ଓଡ଼ିଶାର ରାଜନୈତିକ-ପ୍ରଶାସନିକ ମଞ୍ଚ। କେନ୍ଦ୍ର ସରକାରଙ୍କ ଅଧୀନରେ ଚାଲୁଥିବା ପ୍ରସିଦ୍ଧ “ଅଶୋକା ହୋଟେଲ”—ତାହାର ଗୋଟିଏ ରୁମ୍ ନମ୍ବର ୬୩୮କୁ ନେଇ ଚର୍ଚ୍ଚାର ଝଡ଼। ଅଭିଯୋଗର କେନ୍ଦ୍ରବିନ୍ଦୁରେ ଜଣେ ଓଏଏସ୍ ଅଧିକାରୀ ଅଛନ୍ତି, ଯିଏ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ। ଏହି ଘଟଣାକୁ ନେଇ ଯେପରି ଚର୍ଚ୍ଚା ଚାଲିଛି, ତାହା କେବଳ ଗୋଟିଏ ରାତିର କଥା ନୁହେଁ ଏହା ପ୍ରଶ୍ନ ଉଠାଉଛି ରାଜ୍ୟର ପ୍ରଶାସନିକ ନୀତି, ଅଫିସର ରାଜର ସଂସ୍କୃତି, ଓ ନିର୍ବାଚିତ ସରକାରର ନୈତିକ ଦାୟିତ୍ୱ ଉପରେ । ଆପଣମାନେ ଶକ୍ତିମାନ ଧାରାବାହିକ ନିଶ୍ଚୟ ଦେଖିଥିବେ କିମ୍ବା ତା ବିଷୟରେ ଶୁଣିଥିବେ। ଖବରଧର୍ମୀ ଫଟୋଗ୍ରାଫର ଯେ ଶକ୍ତିମାନ ହୋଇ…

Read More