Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ ନେତାଙ୍କ ଭିତରେ ମତଭେଦ ନୂଆ କଥା ନୁହେଁ। ଦଳ ଭିତରେ ମତାମତର ମୁକାବିଲା ହେଉ କି ଦଳବାହାରେ ରାଜନୈତିକ ଆକ୍ରମଣ— ଏହା ଗଣତନ୍ତ୍ରର ଚରିତ୍ରର ଅଂଶ। କିନ୍ତୁ ଯେତେବେଳେ ଏକ ପ୍ରମୁଖ ବିରୋଧୀ ନେତା ଉପରେ ତାଙ୍କ ଦଳର ଜଣେ ବରିଷ୍ଠ ଓ ବିବାଦୀୟ ଚରିତ୍ର ଖୋଲାଖୋଲି ଭାବରେ ଆକ୍ରମଣ କରନ୍ତି, ସେତେବେଳେ ସେଇ ଆକ୍ରମଣ କେବଳ ବ୍ୟକ୍ତିଗତ ମନ୍ତବ୍ୟରେ ସୀମିତ ରହେନାହିଁ; ଏହା ଦଳୀୟ ଏକତା, ନେତୃତ୍ୱର ସ୍ଥିରତା ଓ ବିରୋଧୀ ରାଜନୀତିର ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ହୋଇଯାଏ। ଗତକାଲି ମଣିଶଙ୍କର ଆୟାରଙ୍କ ଏକ ରାଜନୈତିକ ମନ୍ତବ୍ୟ ନେଇ ଦେଶର ରାଜନୀତିକ ମହଳରେ ଚର୍ଚ୍ଚାର ଝଡ଼ ଉଠିଛି। ତାଙ୍କ ଆକ୍ରମଣର କେନ୍ଦ୍ରବିନ୍ଦୁ ଥିଲେ ରାହୁଲ ଗାନ୍ଧି— ଯିଏ ଏବେ ଦେଶର ବିରୋଧୀ ରାଜନୀତିର ମୁଖ୍ୟ ମୁହଁ ଭାବେ ଦେଖାଯାଉଛନ୍ତି। ପ୍ରଶ୍ନ ହେଉଛି— ଏହି ‘ବୋମା’ କାହିଁକି? କେବେ? କାହା ପାଇଁ? ଏବଂ ଏଥିପାଇଁ ଦାୟୀ କିଏ? …

Read More