Author: TRUPTIMAYEE SAHOO

ରାଜଧାନୀ ଭୁବନେଶ୍ୱରରେ ପୁଣିଥରେ ଅପରାଧୀମାନଙ୍କ ଆତଙ୍କ ଦେଖିବାକୁ ମିଳିଛି । ତମାଣ୍ଡୋ ଥାନା ଅଧୀନସ୍ଥ ଭଗବାନପୁର ଅଞ୍ଚଳରେ ଗତରାତିରେ ବଣ୍ଟି ଓ ବବଲୁ ଗ୍ୟାଙ୍ଗ ଖଣ୍ଡା ନେଇ ଆତଙ୍କ ସୃଷ୍ଟି କରିଥିବା ଘଟଣା ସମଗ୍ର ଅଞ୍ଚଳକୁ ଆତଙ୍କିତ କରିଦେଇଛି । ଜେଲ୍‌ ଫେରନ୍ତା ଅପରାଧୀମାନେ ଫାଷ୍ଟଫୁଡ୍‌ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ, ରାତି ସମୟରେ ହଠାତ୍ କିଛି ଯୁବକ ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ର ସହ ଦୋକାନକୁ ପ୍ରବେଶ କରିଥିଲେ । କିଛି କଥାକାଟାକାଟି ପରେ ସେମାନେ ଦୋକାନର ସାମଗ୍ରୀ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ । ପ୍ରତିବାଦ କରିବାରୁ ଦୁଇଜଣ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା । ଘଟଣାସ୍ଥଳରେ ଅସ୍ତବ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ଦୁଇଜଣଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି। ଏଥିସହିତ…

Read More