Author: TRUPTIMAYEE SAHOO

କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେରଳର ନାମକୁ ଆଧିକାରିକ ଭାବେ ‘କେରଳମ୍’ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୈଷ୍ଣୋବ ଏହା ସୂଚନା ଦେଇ କହିଛନ୍ତି ଯେ ଭାଷା ଆଧାରରେ ରାଜ୍ୟ ପୁନର୍ଗଠନ ହେବା ସମୟରୁ ‘କେରଳ’ ନାମକୁ ‘କେରଳମ୍’ କରିବାକୁ ଦାବି ହୋଇଆସୁଥିଲା । ବର୍ତ୍ତମାନ ମୋଦି କ୍ୟାବିନେଟ ସେହି ଦାବିକୁ ଅନୁମୋଦନ କରିଛି । ଏହି ସିଦ୍ଧାନ୍ତ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଗୁରୁତ୍ୱ ଅଧିଗ୍ରହଣ କରିଛି । କେରଳ ସରକାର ପକ୍ଷରୁ ପଠାଯାଇଥିବା ପ୍ରସ୍ତାବକୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ମଞ୍ଜୁର କରିଛି । ଏହା ପୂର୍ବରୁ ୨୦୨୩ ଅଗଷ୍ଟ ମାସରେ କେରଳ ବିଧାନସଭା ସର୍ବସମ୍ମତିରେ ଏକ ପ୍ରସ୍ତାବ ପାସ୍ କରି କେନ୍ଦ୍ର ସରକାରଙ୍କୁ ପଠାଇଥିଲା । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦୀର୍ଘଦିନ ଧରି ଏହି ଦାବିକୁ ସମର୍ଥନ କରୁଥିଲେ । ତାଙ୍କ କହିବା ଅନୁଯାୟୀ ‘କେରଳମ୍’ ନାମଟି ମାଲାୟଲମ ଭାଷାର ମୂଳ ଉଚ୍ଚାରଣ ସହିତ ସମ୍ବନ୍ଧିତ ଏବଂ ରାଜ୍ୟର…

Read More