Author: TRUPTIMAYEE SAHOO

ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକର ବଜ୍ରକୋଟ ଗାଁରେ ଏକ ଭୟଙ୍କର ଘଟଣା ଘଟିଛି । ଗ୍ରାମବାସୀଙ୍କ ଅନୁସାରେ ପଡୋଶୀ ଗାଁ ଡମଯୋଡିରେ ବହୁ ପରିମାଣରେ ନକଲି ଦେଶୀ ମଦ ତିଆରି ହେଉଥିବା ବେଳେ ସେହି ମଦ ପୋଚରେ ୫ଟି ଗାଈର ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଗାଈ ମାଲିକ ଏନେଇ ରେଙ୍ଗାଳି ଥାନାରେ ଏତଲା ଦେଇଛନ୍ତି ଏବଂ କ୍ଷତିପୂରଣ ଦାବି କରିଛନ୍ତି । ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବ୍ୟକ୍ତ ହୋଇଛି । ଅନେକ ଲୋକ ସରକାରଙ୍କ ଉପରେ ନକଲି ମଦ ଉତ୍ପାଦନ ଓ ବିକ୍ରିର ନିୟନ୍ତ୍ରଣରେ ଅସଫଳତା ନେଇ କ୍ରୋଧ ପ୍ରକାଶ କରୁଛନ୍ତି । ଏହା ପରେ ରେଙ୍ଗାଳି ପ୍ରାଣୀ ଚିକିତ୍ସକ ଓ କଣିହାଁ ବ୍ଲକ ପ୍ରାଣୀ ଚିକିତ୍ସାକାରୀ ଡକ୍ଟର ଶୁଭେନ୍ଦୁ ରଞ୍ଜନ ସେଠୀଙ୍କ ସହିତ ଏକ ଟିମ୍ ଘଟଣାର ଅନୁଧ୍ୟାନ କରୁଛନ୍ତି । ଟିମ୍ ଘଟଣା ସ୍ଥଳରେ ପରିସ୍ଥିତିର ମୂଲ୍ୟାଙ୍କନ…

Read More