Author: TRUPTIMAYEE SAHOO

ଦୁଇଦିନିଆ ଇସ୍ରାଏଲ ଗସ୍ତରେ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଭାରତ-ଇସ୍ରାଏଲ ସମ୍ପର୍କକୁ ଆହୁରି ନୂଆ ଦିଗରେ ନେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି । ୨୦୧୭ ପରେ ଏହା ମୋଦିଙ୍କ ଦ୍ୱିତୀୟ ଇସ୍ରାଏଲ ଗସ୍ତ ଭାବେ ଗୁରୁତ୍ୱ ପାଇଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିମନ୍ତ୍ରଣ କ୍ରମେ ମୋଦି ଏହି ଗସ୍ତ କରିଛନ୍ତି । ଗସ୍ତ ସମୟରେ ସେ ଇସ୍ରାଏଲ ସଂସଦକୁ ସମ୍ବୋଧନ କରିବେ । ଏହି ସମ୍ମାନ ପାଇବାରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଏହା ଦୁଇ ଦେଶ ମଧ୍ୟରେ ଥିବା ଗଭୀର ଗଣତାନ୍ତ୍ରିକ ସମ୍ପର୍କର ପ୍ରତୀକ ଭାବେ ଦେଖାଯାଉଛି । ଗସ୍ତ କାଳରେ ମୋଦି ଓ ନେତାନ୍ୟାହୁଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ । ପ୍ରତିରକ୍ଷା ଚୁକ୍ତି, ସୁରକ୍ଷା ସହଯୋଗ, ବିଜ୍ଞାନ ଓ ପ୍ରଯୁକ୍ତି, କୃଷି, ଜଳ ପରିଚାଳନା ଏବଂ ନବୀନତମ ତନ୍ତ୍ରଜ୍ଞାନ ମୁଖ୍ୟ ଆଲୋଚ୍ୟ ବିଷୟ…

Read More