Author: Anasuya Das

କାନାଡାରେ ଆରମ୍ଭ ହୋଇଛି ଜି୭ ଗୋଷ୍ଠୀର ନେତାମାନଙ୍କ ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ବିଶ୍ଵର ତୁଙ୍ଗ ନେତାମାନେ । ଯେଉଁଥିରେ ବ୍ୟବସାୟ ବାଣିଜ୍ୟ କାରବାର ଏବଂ ଆନ୍ତର୍ଜାତିକ ସୁରକ୍ଷା ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଆଶାକରାଯାଉଛି । କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନର ନେତାମାନେ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି । ଇରାନ୍ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଏବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର ଆଶଙ୍କା ସମସ୍ତଙ୍କ ମନରେ ଜାଗ୍ରତ କରାଇଛି । ଏହା ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଦ୍ଵାରା ଅନେକ ଦେଶଙ୍କ ଉପରେ ଅଧିକ ଟ୍ୟାକ୍ସ ଲାଗୁ କରିବାକୁ ଜୁଲାଇ ୯ ତାରିଖକୁ ଶେଷ ତାରିଖ ଭାବରେ ଧାର୍ଯ୍ୟ କରା ଯାଇଛି । ଟ୍ୟାକ୍ସ ଲାଗୁ କରିବାକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ସ୍ପଷ୍ଟ । ୧୯୬୦ ଦଶକ ପରଠାରୁ ସର୍ବାଧିରକ ଦୁର୍ବଳ ଅର୍ଥନୀତିକ…

Read More