Author: TRUPTIMAYEE SAHOO

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମଣ୍ଡାନା ଏବଂ ହ୍ୟାଣ୍ଡସମ୍ ହଙ୍କ୍ ଅଭିନେତା ବିଜୟ ଦେବରକୋଣ୍ଡା ଗତକାଲି ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି। ଏହି ଖବର ପ୍ରକାଶ ପାଇବା ସହିତ ସୋସିଆଲ ମିଡିଆରେ ଚର୍ଚ୍ଚାର ଝଡ଼ ବହିଯାଇଛି। ନବଦମ୍ପତିଙ୍କ ବିବାହ ଫଟୋ ଓ ଭିଡିଓ ଭାଇରାଲ ହେଉଥିବାବେଳେ ସେଲିବ୍ରିଟିମାନେ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଚର୍ଚ୍ଚିତ ବିବାହ ଆନ୍ଧ୍ର ଓ କୋଡାଭା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା। ବିବାହ ଅବସରରେ ବିଜୟ ପାରମ୍ପରିକ ମୁଣ୍ଡୁ ଓ ଅଙ୍ଗବସ୍ତ୍ରମ୍ ପିନ୍ଧି ରାଜସିକ ଲୁକରେ ଦେଖାଯାଇଥିଲେ। ତାଙ୍କ କପାଳରେ ତିଳକ ଓ କାନ୍ଧରେ ଲାଲ ଅଙ୍ଗବସ୍ତ୍ରମ୍ ସହିତ ସେ ଜଣେ ଚଳଚ୍ଚିତ୍ର ନାୟକ ଅପେକ୍ଷା ରାଜକୀୟ ବର ପରି ଲାଗୁଥିଲେ। ଅନ୍ୟପଟେ ରଶ୍ମିକା ଲାଲ ଶାଢ଼ୀ ଓ ମହନୀୟ ସୁନାର ଅଳଙ୍କାର ପିନ୍ଧି ଦେବୀ ଲକ୍ଷ୍ମୀଙ୍କ ପରି ଦେଖାଯାଉଥିଲେ। ସରଳ କିନ୍ତୁ ଆକର୍ଷଣୀୟ ମେକଅପ୍ ଓ ପାରମ୍ପରିକ…

Read More