Author: Ayesha Debnath

Rabies: ଅନେକ ସମୟରେ କୁକୁର ବା ବିଲେଇ ଆମ୍ପୁଡ଼ି ବା କାମୁଡ଼ି ଦେଲେ, ଆମେ ଏହାକୁ ଗଭୀରତାର ସହ ନେଇ ନଥାଉ। ଯାହା ପରବର୍ତ୍ତୀ ସମୟରେ ଅନେକ ମାରାତ୍ମକ ରୋଗର ରୂପ ନେଇଥାଏ। ଏଥିପାଇଁ ଅନେକ ବଡ଼ ବଡ଼ ସମସ୍ୟା ମଧ୍ୟ ହୋଇଥାଏ । ବେଳେବେଳେ ମଣିଷମାନଙ୍କ ଜୀବନ ମଧ୍ୟ ପଳେଇ ଯାଇଥାଏ । ଭାରତରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ବ୍ୟକ୍ତିଙ୍କୁ କୁକୁର ବା ବିଲେଇ କାମୁଡ଼ାର ଘଟଣା ଦେଖିବାକୁ ମିଳେ । ଯଦି ଆପଣଙ୍କୁ ମଧ୍ୟ ବିଲେଇ ବା କୁକୁର ଆମ୍ପୁଡ଼ି ଦିଏ ବା କାମୁଡ଼ି ଦିଏ ତେବେ କଣ କରିବେ ଜାଣି ରଖନ୍ତୁ । କୁକୁର ବା ବିଲେଇ କାମୁଡିବା ଦ୍ୱାରା ଜ୍ବଳାନ୍ତକ ରୋଗ ହୋଇଥାଏ । କାମୁଡିବା ସ୍ଥାନରେ ଯନ୍ତ୍ରଣା ହେବା ସହ ଫୋଟକା ହୋଇଯାଏ । ଥକ୍କା ଲାଗେ, ମୁଣ୍ଡ ବିନ୍ଧା ଓ ଜ୍ୱର ହୁଏ । ସଂକ୍ରମଣର ୩-୧୪ ଦିନ ମଧ୍ୟରେ ଲକ୍ଷଣ…

Read More