Author: Ayesha Debnath

PRAVATI PARIDA: ଦକ୍ଷିଣ ଚଳଚ୍ଚିତ୍ର ନିର୍ମାତା ଏସ୍ ଏସ୍ ରାଜାମୌଲି ଓଡ଼ିଶାର କୋରାପୁଟରେ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନଙ୍କ ସହ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍ବି-୨୯’ର ସୁଟିଂ ଆରମ୍ଭ କରିସାରିଛନ୍ତି। ବର୍ତମାନ ଏହି ଟିମ୍ ତାଳମାଳି ପାହାଡ଼ ଉପରେ ସୁଟିଂ କରୁଛି, ଯାହା ଜଙ୍ଗଲ, ଉପତ୍ୟକା ଏବଂ ଝରଣା ଦ୍ୱାରା ଘେରି ରହିଛି । ଗତକାଲି ଏଥିରେ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ମଧ୍ୟ ଯୋଗ ଦେଇଛନ୍ତି । ଦୁର୍ଗା ଆର୍ଟସ ବ୍ୟାନରରେ ନିର୍ମିତ ‘ଏସ୍ଏସ୍ଏମ୍ବି୨୯’ର ବଜେଟ୍ ୧୦ରୁ ୧୫୦୦ କୋଟି ଟଙ୍କା ମଧ୍ୟରେ ରହିଛି, ଯାହା କି ଏହା ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଫିଲ୍ମଟି ତେଲୁଗୁ, ତାମିଲ, ମାଲାୟାଲମ, ହିନ୍ଦୀ ଏବଂ କନ୍ନଡ ସମେତ ଏକାଧିକ ଭାଷାରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,…

Read More